ଜିଲା ପ୍ରଶାସନ ପକ୍ଷରୁ ମେଡିକାଲ ଉପରେ ଅଚାନକ ଚଢାଉ

ଯାଜପୁର,୨୯।୧୧(ନି.ପ୍ର.): ଯାଜପୁର ରୋଡ଼ ମେଡିକାଲରେ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଅଚାନକ ଚଢାଉ ହୋଇଛି। ୫-ଟିକୁ ତ୍ୱରାନ୍ବିତ କରିବାପାଇଁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଜିଲାପାଳଙ୍କ ସମେତ ୫ ଜଣ ପ୍ରଶାସନିକ ଅଧିକାରୀ ସାମିଲ୍‌ ହୋଇଥିଲେ। ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା କିପରି ଚାଲିଛି ସେ ନେଇ ବିଭିନ୍ନ ବିଭାଗ ବୁଲି ସେମାନେ ତଦାରଖ କରିଥିଲେ। ଚିକିତ୍ସାଳୟର ବିଭିନ୍ନ ଅବ୍ୟବସ୍ଥା ନେଇ ଜିଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ।

Share