ଜିଲା ବିଜେଡି ପକ୍ଷରୁ ରେଡକ୍ରସ ପାଣ୍ଠିକୁ ଦାନ

ଦେବଗଡ,୨ା୪(ଡି.ଏନ.ଏ)-କରୋନା ଭୁତାଣୂ ସଂକ୍ରମଣର ମୁକାବିଲା ପାଇଁ ଦେବଗଡ ଜିଲା ବିଜେଡି ପକ୍ଷରୁ ଜିଲା ରେଡକ୍ରସ ପାଣ୍ଠିକୁ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଦେବଗଡ ନଗର ସଭାପତି ଶୁକଦେବ ଭଞ୍ଜ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଇଂ. ସୁଜିତ କୁୁମାର ପ୍ରଧାନ, ପୁପୁନ ଦେବ, ଦିଲୀପ କୁମାର ପାତ୍ର ଓ ସ୍ବସ୍ତିକ ମହାପାତ୍ର ପ୍ରମୁଖ ଉପ ଜିଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ନଗଦ ୭୫ ହଜାର ଟଙ୍କା ପ୍ରଦାନ କରିଛନ୍ତି।

Share