ଜିଲା ମୁଖ୍ୟ ଚିକିତ୍ସାଳୟରେ ସଫଳ ଅସ୍ତ୍ରୋପଚାର: ପେଟରୁ ବାହାରିଲା ୫୦୦ ଗ୍ରାମ୍‌ର ପଥୁରି

ମାଲକାନଗିରି,୭।୧୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ମୁଖ୍ୟ ଚିକିସତ୍ାଳୟରେ ଶୁକ୍ରବାର ଏକ ସଫଳ ଅସ୍ତ୍ରୋପଚାର କରାଯାଇଛି। ଜିଲାର ମାଥିଲି ବ୍ଲକ୍‌ କିଆଙ୍ଗ ପଞ୍ଚାୟତର ଜାମୁଗୁଡ଼ା ଗ୍ରାମର ଇର୍ମା ପଡ଼ିଆମିଙ୍କ ପୁଅ ଦେବେ ପଡ଼ିଆମି(୨୦) ଦୀର୍ଘ ଦିନ ହେଲା ପେଟରେ ପଥୁରି ଯୋଗୁ କଷ୍ଟ ପାଉଥିଲେ। ତାଙ୍କୁ ଚିକିତ୍ସାପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶଲ୍ୟ ବିଶେଷଜ୍ଞ ଡା. ସପନ କୁମାର ଡିଣ୍ଡା ତାଙ୍କର ସଫଳତାର ସହ ଅସ୍ତ୍ରୋପ୍ରଚାର କରି ପେଟରୁ ୫୦୦ ଗ୍ରାମ୍‌ର ପଥୁରି ବାହାର କରିଛନ୍ତି। ଏବେ ଦେବେ ସୁସ୍ଥ ଥିବା ଡାକ୍ତରଙ୍କଠାରୁ ସୂଚନା ମିଳିଛି। ଏହି ସଫଳ ଅସ୍ତ୍ରୋପଚାରପାଇଁ ଡା. ଡିଣ୍ଡା ଏବଂ ତାଙ୍କ ଟିମ୍‌କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।