ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ଥିତି ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ ଯୁଗ୍ମ ସଚିବ

ପୁରୀ ଅଫିସ,୧୩।୧୦: ରବିବାର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ଯୁଗ୍ମ ସଚିବ କାମିନୀ ଷଡ଼ଙ୍ଗୀ। ତାଙ୍କ ସହିତ ଓଡିଶା ମେଡିକାଲ ସର୍ଭିସ ନିର୍ଦ୍ଦେଶକ ରୁପା ରୋଶନ ସାହୁ, ଜିଲାପାଳ ବଲୱନ୍ତ ସିଂ ମଧ୍ୟ ବିଭିନ୍ନ ରୋଗୀ ଓ୍ବାର୍ଡ ପରିଦର୍ଶନ କରି ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି। ଚିକିତ୍ସାଳୟରେ ଉତ୍ତମ ସେବା, ରୋଗୀଙ୍କ ସହ ଉତ୍ତମ ବ୍ୟବହାର, ସ୍ବଚ୍ଛତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ନିରାମୟ ଯୋଜନା ସମୀକ୍ଷା, ଠିକା କର୍ମଚାରୀଙ୍କୁ ଥଇଥାନ, ଡାକ୍ତର ପଦବୀ ପୂରଣ, ପାର୍କିଂ ବ୍ୟବସ୍ଥା ତଥା ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଚିକିତ୍ସାଳୟର ବିଭିନ୍ନ ସେବା ଉପରେ ସିଡିଏମ୍‌ଓ ନୀଳକଣ୍ଠ ମିଶ୍ର, ଏଡିଏମ୍‌ଓ(ମେଡିକାଲ) ଶଶିଭୂଷଣ ରଥଙ୍କ ସହ ଆଲୋଚନା କରିଛନ୍ତି। ସର୍ଜରୀ, ଆହାର କେନ୍ଦ୍ର, ପ୍ର୍ରସୂତି ଓ ଶିଶୁ ୱାର୍ଡ, ଏସ୍‌ଏନ୍‌ସିୟୁ, ପରିଦର୍ଶନ କରି ରୋଗୀଙ୍କ ସହ ଯୁଗ୍ମ ସଚିବ ଆଲୋଚନା କରିଛନ୍ତି।