ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ୫ଟି ସଚିବ

ଅନୁଗୋଳ ଅଫିସ,୨୯।୧୦: ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ମଙ୍ଗଳବାର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେ ମେଡିକାଲରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି। ମେଡିକାଲର ଯକ୍ଷ୍ମା ବିଭାଗ ସହ ମେଲ୍‌ଓ୍ବାଡ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗ ବୁଲି ଦେଖିଛନ୍ତି। ତାଙ୍କ ସହ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ଡିଆଇଜି ନରସିଂହ ଭୋଳ, ଜିଲାପାଳ ମନୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share