ଜିଲା ମୁଖ୍ୟ ଚିକିତ୍ସାଳୟ ବୁଲିଲେ ଏସ୍‌ପି: ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ

ରାୟଗଡ଼ା ଅଫିସ, ୮।୧୦: ରାୟଗଡ଼ା ଏସ୍‌ପି ଡ. ଶର୍ବଣା ବିବେକ ଏମ୍‌ ସୋମବାର ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେ ସେଠାରେ ଡାକ୍ତର, କମ୍ପାଉଣ୍ଡର, ନର୍ସ ଏବଂ କର୍ମଚାରୀ କିପରି କାମ କରୁଛନ୍ତି ତାହା ତଦାରଖ କରିଥିଲେ। ଏଥିସହ ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ପରେ ଡାକ୍ତରଖାନାରେ ଥିବା ରୋଗୀଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ଓ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ଏସ୍‌ପି ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ, ସେଠାରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ସ୍ବଚ୍ଛତା ଓ ସୁସ୍ଥତା ବିଷୟରେ ପରାମର୍ଶ ଦେଇଥିଲେ। ରୋଗୀ ଯେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ତାଙ୍କୁ ଯୋଗାଯୋଗ କରିବାକୁ ଏସ୍‌ପି କହିଥିଲେ।