ଜିଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଅଗ୍ନିକାଣ୍ଡ

ବାଲେଶ୍ୱର ଅଫିସ,୧୦।୪-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଶିଶୁ ବିଭାଗର ଦ୍ୱିତୀୟ ମହଲାରେ ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଅଗ୍ନିକାଣ୍ଡ ହୋଇଥିଲା। ସର୍ଟସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ପ୍ରଥମ ଓ ଦ୍ୱିତୀୟ ମହଲାରେ ଥିବା ରୋଗୀଙ୍କୁ ତୁରନ୍ତ ବାହାରକୁ କାଢ଼ି ନିଆଯାଇଥିଲା। ଖବରପାଇ ଅଗ୍ନିଶମ ବିଭାଗ ପକ୍ଷରୁ ୩ଟି ଗାଡ଼ି ପହଞ୍ଚତ୍ ଦୀର୍ଘ ୨ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କୌଣସି ଜୀବନହାନି ହୋଇ ନ ଥିବା ବେଳେ ଉପର ମହଲାରେ ଥିବା ଶିଶୁମାନଙ୍କ ପାଇଁ ବିଭିନ୍ନପ୍ରକାର ଖେଳନା, ଜରୁରୀ କାଗଜପତ୍ର ପ୍ରମୁଖ ପୋଡ଼ିଯାଇଥିବା ଜଣାପଡ଼ିଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳକିଶୋର, ଟାଉନ ଥାନାଧିକାରିଣୀ ସରୋଜିନୀ ନାୟକ, ସହଦେବଖୁଣ୍ଟା ଥାନାଧିକାରୀ କୃଷ୍ଣକୁମାର ପଲେଇ ପ୍ରମୁଖ ପହଞ୍ଚତ୍ ଘଟଣା ସମ୍ପର୍କରେ ତଦାରଖ କରି ପୁନଃ ନିର୍ମାଣ ପାଇଁ ଚେଷ୍ଟା କରାଯାଉଥିବା ଜଣାପଡ଼ିଛି।