ଜିଲା ମୁଖ୍ୟ ଡାକଘରେ ସାଧାରଣ ଗ୍ରାହକ ସେବା ବ୍ୟବସ୍ଥା

ଭଦ୍ରକ ଅଫିସ, ୧୬ା୫-ଭଦ୍ରକ ଜିଲା ମୁଖ୍ୟ ଡାକ ଘରେ ଶୁକ୍ରବାର ସାଧାରଣ ଗ୍ରାହକ ସେବା ବ୍ୟବସ୍ଥା ଉଦ୍‌ଘାଟିତ ହୋଇଛି। ଏହି ସେବା ରାଜ୍ୟରେ ପ୍ରଥମ କରି ଭଦ୍ରକରେ ଉପଲବ୍ଧ ହୋଇଛି। କେନ୍ଦ୍ର ସରକାରଙ୍କ ସାମାଜିକ କଲ୍ୟାଣ ଯୋଜନା ଅଧୀନରେ ଏହା ଏକ ଲୋକାଭିମୁଖୀ ଯୋଜନା। ଏହି ସେବାକୁ ମୁଖ୍ୟ ମହାଡାକପାଳ ସୁବାସ ଚନ୍ଦ୍ର ବର୍ମା ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଡାକମଣ୍ଡଳ ଅଧୀକ୍ଷକ ସର୍ବେଶ୍ୱର ମିଶ୍ର, ସହାୟକ ଅଧୀକ୍ଷକ ଶୁଭ୍ରକାଶ ନାୟକ, ଡାକପାଳ ଅନିରୁଦ୍ଧ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସେବା ଦ୍ୱାରା ଗ୍ୟାସ, ମୋବାଇଲ ରିଚାର୍ଜ, ପାନକାର୍ଡ଼, ଆଧାରକାର୍ଡ଼, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ବଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସାଧାରଣ ଆବଣ୍ଟନ ଯୋଜନା, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ, ପ୍ରଧାନମନ୍ତ୍ରୀ ଶ୍ରମ, ମନ, ଧନ ଯୋଜନା, ବସ୍‌ ଓ ରେଳ ଟିକେଟ ବୁକିଂ, ଶ୍ରମିକ ପଞ୍ଜୀକରଣ ଓ ପ୍ରମାଣପତ୍ର ବିଭିନ୍ନ ବୀମା ପୈଠ, ଆୟକର ବିଭାଗର କାର୍ଯ୍ୟ ସେବାଗୁଡ଼ିକ ଏଠାରେ ଉପଲବ୍ଧ ହୋଇପାରିବ ବୋଲି ଉଦ୍‌ଘାଟକ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଥିଲେ।