ଜିଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷିତ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ସବୁ ଜିଲାର ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି। ମୟୂରଭଞ୍ଜ ଜିଲା କମିଟି ଅଧ୍ୟକ୍ଷ ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନିଯୁକ୍ତ ହୋଇଥିବାବେଳେ ବାଲେଶ୍ୱର ପାଇଁ ଅନନ୍ତ ଜେନା, ଭଦ୍ରକ ପାଇଁ ବ୍ୟୋମକେଶ ରାୟ, ଯାଜପୁର ପାଇଁ ମନ୍ତ୍ରୀ ସମୀର ଦାଶ, କେନ୍ଦ୍ରାପଡ଼ା ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜଗତ୍‌ସିଂହପୁର ପାଇଁ ପ୍ରଶାନ୍ତ କୁମାର ମୁଦୁଲି, କଟକ ପାଇଁ ପ୍ରମୋଦ ମଲ୍ଲିକ, ପୁରୀ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଖୋର୍ଦ୍ଧା ପାଇଁ ପ୍ରଶାନ୍ତ ଜଗଦ୍ଦେବ, ନୟାଗଡ ପାଇଁ ସତ୍ୟନାରାୟଣ ପ୍ରଧାନ, ଗଞ୍ଜାମ ପାଇଁ ଶ୍ରୀକାନ୍ତ ସାହୁ, ବୌଦ୍ଧ ପାଇଁ ମହିଧର ରଣା, ଗଜପତି ପାଇଁ ମନ୍ତ୍ରୀ ଜଗନ୍ନାଥ ସାରକା, କନ୍ଧମାଳ ପାଇଁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୁବର୍ଣ୍ଣପୁର ପାଇଁ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାୟଗଡା ପାଇଁ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ପାଇଁ ରଘୁରାମ ପଡାଲ, ନବରଙ୍ଗପୁର ପାଇଁ ମନ୍ତ୍ରୀ ରଘୁନନ୍ଦନ ଦାସ, ମାଲକାନଗିରି ପାଇଁ ମନ୍ତ୍ରୀ ତୁଷାରକାନ୍ତି ବେହେରା, ନୂଆପଡ଼ା ପାଇଁ ରାଜେନ୍ଦ୍ର ଢୋଲକିଆ, ବଲାଙ୍ଗୀର ପାଇଁ ମନ୍ତ୍ରୀ ନବ କିଶୋର ଦାସ, ବରଗଡ଼ ପାଇଁ ଦେବେଶ ଆଚାର୍ଯ୍ୟ, ସମ୍ବଲପୁର ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ, ଝାରସୁଗୁଡ଼ା ପାଇଁ ମନ୍ତ୍ରୀ ପଦ୍ମନାଭ ବେହେରା, ସୁନ୍ଦରଗଡ ପାଇଁ ସାରଦା ପ୍ରସାଦ ନାଏକ, ଅନୁଗୋଳ ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଢେଙ୍କାନାଳ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଦେବଗଡ଼ ଏବଂ କେନ୍ଦୁଝର ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲିକ, କଳାହାଣ୍ଡି ପାଇଁ ମନ୍ତ୍ରୀ ଟୁକୁନି ସାହୁଙ୍କୁ ନିଯୁକ୍ତ କରାଯାଇଛି।
ଜିଲା ଯୋଜନା କମିଟି ଦାୟିତ୍ୱ ବଣ୍ଟା ଯାଇଥିଲେ ମଧ୍ୟ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ବିଷ୍ଣୁ ଦାସ ଇସ୍ତଫା ଦେବାପରେ ଏହି ପଦ ଖାଲିପଡିଛି। ତିର୍ତ୍ତୋଲରୁ ସେ ନିର୍ବାଚନ ଲଢି ବିଧାୟକ ହୋଇଛନ୍ତି। ଏହି ପଦରେ ବର୍ତ୍ତମାନ ଦଳ କାହାକୁ ବସାଇବ ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି।

Share