ଜିଲା ସଂସ୍କୃତି ପରିଷଦ ଏବଂ ଉତ୍ସବ ପ୍ରଧାନପାଟ କମିଟି ବୈଠକରେ ନିଷ୍ପତି : ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଉସତ୍ବ ପ୍ରଧାନପାଟ

ଦେବଗଡ,୪।୧(ଡି.ଏନ.ଏ)-ଆସନ୍ତା ଫେବୃୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଜିଲା ମହୋତ୍ସବ ‘ଉତ୍ସବ ପ୍ରଧାନପାଟ’ ଆୟୋଜନ କରାଯିବା। ଶୁକ୍ରବାର ଅନୁଷ୍ଠିତ ଜିଲା ସଂସ୍କୃତି ପରିଷଦ ଏବଂ ଉତ୍ସବ ପ୍ରଧାନପାଟ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି। ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତ୍ସବ ପ୍ରଧାନପାଟକୁ ପାଞ୍ଚଦିନ କରିବା ପାଇଁ ସ୍ଥିର କରାଯାଇଛି। ଜିଲା ବ୍ୟାପି ଜନସାଧାରଣଙ୍କ ଉତ୍ସବରେ ସମ୍ପୃକ୍ତି ନିମନ୍ତେ ପ୍ରତ୍ୟେକ ବ୍ଲକର ଗ୍ରାମପଞ୍ଚାୟତସ୍ତରରେ ପଥପ୍ରାନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଉତ୍ସବ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଜିଲାପାଳ ସାମଲ ଗୁରୁତ୍ୱାରୋପ କରିଥିଲେ ା ଉତ୍ସବ ଆୟୋଜନ ନିମନ୍ତେ ବିଭିନ୍ନ ଜିଲାର ଭଲ ଲୋକନୃତ୍ୟଦଳ ଏବଂ ଅନ୍ୟ ପ୍ରଦେଶର ଭିନ୍ନଭିନ୍ନ ଶୈଳୀର ଲୋକନୃତ୍ୟଦଳ ସହିତ ଜିଲା ଭିତରେ ଥିବା ଶ୍ରେଷ୍ଠ ସାଂସ୍କୃତିକ ଦଳମାନଙ୍କୁ ଯୋଗାଯୋଗ କରାଯିବା ନିମନ୍ତେ ସ୍ଥିର କରାଯାଇଛି ା ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ଉତ୍ସବ ଅବସରରେ ପଲ୍ଲୀଶ୍ରୀ ମେଳା, ଖାଦ୍ୟମେଳା ଏବଂ ଜିଲାସ୍ତରୀୟ ଉନ୍ନୟନ ପ୍ରଦର୍ଶନୀ ଆୟୋଜନ କରାଯିବ। ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଭିନ୍ନ ଭିନ୍ନ ସବକମିଟି ଗଠନ କରାଯିବ। ପ୍ରତ୍ୟେକ ବର୍ଷ ଭଳି ଉତ୍ସବ ସମୟରେ କବିତା ପାଠୋତ୍ସବ ଆୟୋଜନ କରାଯିବ ଏବଂ ଏହି ଅବସରରେ ଏକ ସ୍ମରଣୀକା ପ୍ରକାଶନ ନିମନ୍ତେ ବୈଠକରେ ନିଷ୍ପତି ନିଆଯାଇଛି ା ବୈଠକରେ ଅତିରିକ୍ତ ଜିଲାପାଳ ଧରମ ହାଁସଦା, ଉପଜିଲାପାଳ ବ୍ରଜବନ୍ଧୁ ଭୋଇ, ଡିଏସପି ଡି.ଆଇ.ବି. ଶିବପ୍ରସାଦ ବିଶ୍ୱାଳ, ବାରକୋଟ ବିଡିଓ ଟୁନୁ ମେହେର, ପୌର ନିର୍ବାହୀ ଅଧିକାରୀ କୁଞ୍ଚବନ ପ୍ରଧାନ, ସହକାରୀ ନିର୍ଦ୍ଦେଶକ,ଓରମାସ ସୁବଳ କୁମାର ଜେନାମଣି, ନିଜାରତ ଅଧିକାରୀ ସୁଶାନ୍ତ କୁମାର ନାୟକ, ଜିଲା ସୂଚନ ଓ ଲୋକସମମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ରଙ୍କ ସମେତ ଜିଲା ସଂସ୍କୃତି ପରିଷଦର ସଦସ୍ୟାସଦସ୍ୟ ଓ ଉସତ୍ବ ପ୍ରଧାନପାଟ ୨୦୧୯ ର ବିଭିନ୍ନ ସବ୍‌-କମିଟିର ଅଧ୍ୟକ୍ଷ ଓ ଆବାହକମାନେ ଯୋଗଦେଇଥିଲେ ା

Share