ଜିହ୍ନାଙ୍କୁ ପ୍ରଶଂସା କଲେ ଶତ୍ରୁଘ୍ନ

ଭୋପାଳ,୨୭।୪: ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ମହମ୍ମଦ୍‌ ଅଲ୍ଲୀ ଜିହ୍ନାଙ୍କୁ ପ୍ରଶଂସା କରିଛନ୍ତି। ମଧ୍ୟପ୍ରଦେଶ ଚିନ୍ଦଓ୍ବାରାରେ ଏକ ନିର୍ବାଚନୀ ସଭାରେ ଶତ୍ରୁଘ୍ନ କହିଥିଲେ ଯେ, ସର୍ଦ୍ଧାର ପଟେଲଙ୍କ ଠାରୁ ଜବାହର ଲାଲ୍‌ ନେହେରୁ, ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଜିହ୍ନା ଏବଂ ଇନ୍ଦିରା ଗାନ୍ଧୀଙ୍କଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ସଭିଙ୍କର ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗାନ୍ଧୀ ପରିବାର ଦେଶ ସ୍ବାଧୀନତାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ସେଥି ପାଇଁ କଂଗ୍ରେସ ଦଳରେ ଯୋଗ ଦେଇଥିବା ଶତ୍ରୁଘ୍ନ କହିଛନ୍ତି। ତେବେ ଶତ୍ରୁଘ୍ନ ଜିହ୍ନାଙ୍କୁ ସମର୍ଥନ କରିବା ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା।

Share