ଜି.ଉଦୟଗିରି,୧୭ା୪(ଡି.ଏନ୍.ଏ.)- ଜି.ଉଦୟଗିରି ସହରରେ ଶୁକ୍ରବାର ଅପରାହ୍ନରେ ପ୍ରବଳ ବର୍ଷା ପବନ ସହ କୁଆପଥର ବୃଷ୍ଟି ହୋଇଛି। ପ୍ରାୟ ଘଣ୍ଟାଏ ଧରି ବର୍ଷାପବନ ଓ କୁଆପଥର ମାଡରେ ଜନଜୀବସ ଅସ୍ତବ୍ୟସ୍ତ ହୋଇପଡିଥିଲା। ୮ଟି ସ୍ଥାନରେ ବଡ଼ବଡ଼ ଗଛ ଭାଙ୍ଗି ପଡିଛି। ବର୍ଷାପବନ ପରେ ସହରକୁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଛି। ଏ ନେଇ ଜି.ଉଦୟଗିରି ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ପବିତ୍ର କୁମାର ସାହୁଙ୍କୁ ପଚାରିବାରୁ ପବନ ଯୋଗୁ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଉପରେ ଗଛ ଭାଙ୍ଗି ପଡିଥିବାରୁ ଏପରି ହୋଇଛି। ଗଛ କଟାହୋଇ ତାର ଟଣାଯିବା ପରେ ଏହା ସ୍ବାଭାବିକ ହେବ ବୋଲି କହିଥିଲେ।