Categories: କନ୍ଧମାଳ

ଜି.ଉଦୟଗିରିରେ ମୋଟରଯାନ ଯାଞ୍ଚ କଡ଼ାକଡ଼ି: ୨୨,୫୦୦ ଟଙ୍କା ଜରିମାନା ଆଦାୟ

ଜି.ଉଦୟଗିରି,୩ା୧୨(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ପକ୍ଷରୁ ଆଇଆଇସି ଧୀରେନ ଲେଙ୍କାଙ୍କ ତତ୍ତ୍ବାବଧାନରେ ରବିବାରରୁ ମଟର ଯାନ ଯାଞ୍ଚ କଡ଼ାକଡ଼ି କରାଯାଉଛି। ସହରର ବନ୍ଧଛକ, ଶ୍ରୀରାମପଦା, ଗାନ୍ଧିଛକ, ବରାଳିନି ମାର୍କେଟ ଆଦି ସ୍ଥାନରେ ସମୂଦାୟ ୭୦ ଗାଡ଼ି ପୋଲିସ ଯାଞ୍ଚ କରିି ବିନା ହେଲମେଟ, ସିଟ୍‌ବେଲ୍ଟ ଓ ନିଶାସକ୍ତ ଚଳାକଙ୍କୁ ଧରାଯାଇଛି। ପ୍ରଥମ ଦିନରେ ବିନା ହେଲମେଟ ଚାଳକଙ୍କଠାରୁ ୨୨ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।