Categories: ଗଞ୍ଜାମ

ଜି.ଉଦୟଗିରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର କାଣ୍ଟାଟା

ଜି.ଉଦୟଗିରି,୧୮।୫(ଡି.ଏନ.ଏ.)-ଜି.ଉଦୟଗିରି ଠାରେ ଶୁକ୍ରବାର ରାତ୍ର ୮ଟା ସମୟରେ ଆଇୱାଇଏଫ (ଇଣ୍ଟିଗ୍ରାଲ ୟୁଥ୍‌ ଫେଲୋସିପ୍‌) ଜି.ଉଦୟଗିରି ଦ୍ୱାରା ଖ୍ରୀଷ୍ଟିୟାନ ହସ୍ପିଟାଲ ରୋଡ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର କାଣ୍ଟାଟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କୃଶୀୟ ମୃତ୍ୟୁ, ପୁନରୁତ୍ଥାନ ଓ ଏ ସମ୍ପର୍କୀୟ ଐତିହାସିକ ଘଟଣାବଳୀ ଗୀତିନାଟ୍ୟ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବଜାତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ଆବାହକ ପ୍ରକାଶ ପ୍ରଧାନ କହିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ପାଷ୍ଟର ଆଶିଷ କୁମାର ନାୟକ ଇଷ୍ଟର କାଣ୍ଟାଟାର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ପାଷ୍ଟର ନେଲସନ୍‌ ଖୋସଲା ସୁସମାଚାର ପାଠ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା।