ଜି.ଉଦୟଗିରିରେ ସାଲୁଗା, ବାଲିଗୁଡାରେ ଚକ୍ରମଣି, ଫୁଲବାଣୀରେ ଅଙ୍ଗଦ ଆଗରେ

ଜି.ଉଦୟଗିରି,୨୩।୫(ଡି.ଏନ୍‌.ଏ.)- ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଆଗୁଆ ଅଛନ୍ତି। ସାଲୁଗାଙ୍କୁ ୫୯୮୫ ଭୋଟ ମିଳିଥିବାବେଳେ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ୩୯୭୭ ଭୋଟ ମିଳିଛି। ସେହିପରି ବାଲିଗୁଡାରେ ବିଜେଡି ପ୍ରାର୍ଥୀ ଚକ୍ରମଣୀ କହଁର ୨୫୦୫ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ସିମନ ମଳିକ ୧୬୬୭ ଓ ଭାଜପାର କରେନ୍ଦ୍ର ମାଝି ୧୧୨୦ଭୋଟ ପାଇଛନ୍ତି। ଫୁଲବାଣୀ ବିଧାନସଭା କ୍ଷେତ୍ରରେ ଅଙ୍ଗଦ କହଁର ୧୦,୮୧୮ ଭୋଟ ପାଇଥିବାବେଳେ କଂଗ୍ରେସର କିଶୋର କହଁର ୨୯୦୧ ଓ ଭାଜପାର ଦେବନାରାୟଣ ପ୍ରଧାନ ୨୮୪୪ ଖଣ୍ଡ ଭୋଟ ପାଇଛନ୍ତି। କନ୍ଧମାଳ ଏମ୍‌ପି ଜୋନରେ ବିଜେଡିର ଅଚ୍ୟୁତ ସାମନ୍ତ ୪୬,୯୩୦ ଭୋଟ ପାଇଥିବାବେଳେ ଭାଜପାର ଐରଖାରବେଳ ସ୍ବାଇଁ ୩୩୮୧୨ ଭୋଟ ପାଇଛନ୍ତି।

Share