ଜି.ଉଦୟଗିରିରେ ୭.୬ ଡିଗ୍ରୀକୁ ଖସିଲା ପାରଦ

ଜି.ଉଦୟଗିରି, ୬ା୧୨ (ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ୨ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି। ସର୍ବନିମ୍ନ ପାରଦ ୭.୬ ଡିଗ୍ରୀ ସେଲସିୟସକୁ ଖସିଆସିଛି ବୋଲି ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଅକ୍ଷୟ କୁମାର ସେଠୀ କହିଛନ୍ତି। ଅନ୍ୟପଟେ ଗ୍ରାମାଞ୍ଚଳରେ ଅଧିକ ଶୀତ ହେଉଥିବା ଲୋକମାନେ କହୁଛନ୍ତି। ସକାଳେ ଘନ କୁହୁଡ଼ି ସାଙ୍ଗକୁ ଶୀତର ପ୍ରକୋପ ଯୋଗୁ ଦୋକାନ ବଜାର ବିଳମ୍ବରେ ଖୋଲୁଛି ଓ ଶୀଘ୍ର ବନ୍ଦ ହୋଇଯାଉଛି। ଶୀତ ଯୋଗୁ ଅଞ୍ଚଳକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। କଳିଙ୍ଗାସ୍ଥିତ ବନ ଉଦ୍ୟାନ, ଜି.ଉଦୟଗିରି ନିକଟସ୍ଥ କଫି ବଗିଚା ଓ କଳିଙ୍ଗା ଘାଟିର ଅନ୍ଧାରକୁଟି ଓ ସିରିକି ଡ୍ୟାମରେ ଲୋକମାନେ ବଣଭୋଜି କରି ମଜା ନେଉଛନ୍ତି। ଶୀତକୁ ଦୃଷ୍ଟିରେ ରଖି ନିରାଶ୍ରୟମାନଙ୍କ ପାଇଁ ଜି.ଉଦୟଗିରି ସହରର ଦୁଇଟି ସ୍ଥାନରେ ଶୀତ ଆଶ୍ରୟସ୍ଥଳୀ ଖୋଲାଯାଇଛି ବୋଲି ଜି.ଉଦୟଗିରି ଏନ୍‌ଏସି ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର କହିଛନ୍ତି।

Share