ଜି. ଉଦୟଗିରିର ବିଭିନ୍ନ ଚର୍ଚ୍ଚରେ ବଡ଼ଦିନ ପାଳନ

ଜି. ଉଦୟଗିରି ୨୫।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ଅଞ୍ଚଳର ବିଭିନ୍ନ ଚର୍ଚ୍ଚରେ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ତଥା ବଡ଼ଦିନ ପର୍ବ ପାଳନ କରାଯାଇଛି। ସହରର ନୂଆସାହି ବାପ୍‌ଟିଷ୍ଟ ଚର୍ଚ୍ଚରେ ବୁଧବାର ପୂର୍ବାହ୍ନରେ ସମୂହ ପ୍ରାର୍ଥନା କରାଯାଇଥିଲା। ଚର୍ଚ୍ଚର ସଭାପତି ପ୍ରତାପ ପ୍ରଧାନ, ସମ୍ପାଦକ ପ୍ରମୋଦ କୁମାର ନାୟକ, କୋଷାଧ୍ୟକ୍ଷ ବସନ୍ତ ମଞ୍ଜରୀ ରଥ ପ୍ରମୁଖ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ପାଷ୍ଟର ପ୍ରଦୀପ କୁମାର ନାୟକ ପ୍ରାର୍ଥନା କରିଥିବା ବେଳେ ଚର୍ଚ୍ଚ ପରିସର ମଧ୍ୟରେ ଅପରାହ୍ନ କ୍ରୀଡା ଆରମ୍ଭ ହୋଇଥିଲା । ସେପରି ସୁକଲଣ୍ଡା କ୍ୟାଥୋଲିକ୍‌ ଚର୍ଚ୍ଚ, କନବାଗିରି ବାପ୍‌ଟିଷ୍ଟ ଚର୍ଚ୍ଚ, ମାଲିକପଡି ବାପ୍‌ଟିଷ୍ଟ ଚର୍ଚ୍ଚ ସମେତ ୫୫ ଟି ଚର୍ଚ୍ଚରେ ସମୂହ ପ୍ରାର୍ଥନା କରାଯାଇଛି । ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ବୋଲି ଜି.ଉଦୟଗିରି ଆଇଆଇସି ଧୀରଜ କୁମାର ଲେଙ୍କା କହିଛନ୍ତି ।

Share