ଜି.ଉଦୟଗିରି ନିର୍ବାଚନମଣ୍ଡଳୀରେ ବିଜେଡିର ସାଲୁଗା ବିଜୟୀ

ଦାରିଙ୍ଗବାଡ଼ି,୨୪।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ବିଜୟୀ ହୋଇଛନ୍ତି। ସାଲୁଗା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଶ୍ୟାମଘନ ପ୍ରଧାନଙ୍କଠାରୁ ମୋଟ ୧୧,୨୬୧ ଖଣ୍ଡ ଭୋଟରେ ବିଜୟଲାଭ କରିଛନ୍ତି।
ସାଲୁଗା ମୋଟ ୫୩,୨୩୮ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ଶ୍ୟାମଘନ ପ୍ରଧାନ ୪୧ ହଜାର ୯୭୭ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଭାଜପାର ଅର୍ଚ୍ଚନା ପ୍ରଧାନ ୩୫,୯୯୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତିି।