ଜି.ଉଦୟଗିରି, ବାଲିଗୁଡା, ଫୁଲବାଣୀରେ ବିଜେଡି ଆଗରେ

ଫୁଲବାଣୀ ଅଫିସ,୨୩।୫(ଡି.ଏନ୍‌.ଏ.)- ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଆଗୁଆ ଅଛନ୍ତି। ସାଲୁଗାଙ୍କୁ ୯୧୩୪ ଭୋଟ ମିଳିଥିବାବେଳେ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ୬୩୨୨ ଭୋଟ ମିଳିଛି। ସେହିପରି ବାଲିଗୁଡାରେ ବିଜେଡି ପ୍ରାର୍ଥୀ ଚକ୍ରମଣୀ କହଁର ୧୨୯୪୩ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ସିମନ ମଳିକ ୮୪୨୧ ଓ ଭାଜପାର କରେନ୍ଦ୍ର ମାଝି ୧୧୨୦ଭୋଟ ପାଇଛନ୍ତି। ଫୁଲବାଣୀ ବିଧାନସଭା କ୍ଷେତ୍ରରେ ଅଙ୍ଗଦ କହଁର ୧୭,୫୬୬ ଭୋଟ ପାଇଥିବାବେଳେ କଂଗ୍ରେସର କିଶୋର କହଁର ୪୯୯୫ ଓ ଭାଜପାର ଦେବନାରାୟଣ ପ୍ରଧାନ ୫୪୦୧ ଖଣ୍ଡ ଭୋଟ ପାଇଛନ୍ତି। କନ୍ଧମାଳ ଏମ୍‌ପି ଜୋନରେ ବିଜେଡିର ଅଚ୍ୟୁତ ସାମନ୍ତ ୧୩୩୧୮୭ ଭୋଟ ପାଇଥିବାବେଳେ ଭାଜପାର ଐରଖାରବେଳ ସ୍ବାଇଁ ୯୮୫୧୨ ଭୋଟ ପାଇଛନ୍ତି।

Share