ଜି.ଉଦୟଗିରି ବିଧାନସଭାରେ ବିଜେଡିର ବାଜିମାତ: ସାଲୁଗା ପ୍ରଧାନ ୧୧୨୬୧ଭୋଟରେ ବିଜୟୀ

ଜି.ଉଦୟଗିରି, ୨୪।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ୮୩(ଏସ୍‌ଟି) ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ସାଲୁଗା ପ୍ରଧାନ ବିଜୟୀ ହୋଇଛନ୍ତି। ସାଲୁଗା ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଶ୍ୟାମଘନ ପ୍ରଧାନଙ୍କୁ ୧୧୨୬୧ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତକରି ଏହି ସଫଳତା ପାଇଛନ୍ତି। ସାଲୁଗା ସମୁଦାୟ ୫୩୨୩୮ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ୟାମଘନ ୪୧୯୭୭ଟି ଭୋଟ ପାଇଥିଲେ। ଭାଜପାର ଅର୍ଚ୍ଚନା ପ୍ରଧାନ ୩୫୯୯୮ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଏନ୍‌ସିପିର ଆଶିଷ ମଲିକ ୧୦୭୪, ସ୍ବାଧୀନ ପ୍ରାର୍ଥୀ ପୁଷାର କହଁର ୧୪୯୨, ସ୍ବାଧୀନ ପ୍ରାର୍ଥୀ ପ୍ରତାପ କୁମାର ପ୍ରଧାନ ୧୨୩୮, ପୂର୍ବତନ ବିଧାୟକ ଜାକବ ପ୍ରଧାନ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ମାତ୍ର ୧୯୨୦ ଖଣ୍ଡ ଭୋଟ ପାଇଥିବା ବେଳେ ନୋଟାକୁ ୯୩୮ ଭୋଟ ଯାଇଛି। ବିଜେଡିକୁ ୩୮.୬୧ % ଭୋଟ ମିଳିଥିବା ବେଳେ କଂଗ୍ରେସ ୩୦.୪୫ ଏବଂ ଭାଜପା ୨୬.୨୧% ଭୋଟ ପାଇଛି। ସାଲୁଗା କଂଗ୍ରେସ ଗଡ଼କୁ ଭାଙ୍ଗିବା ପରେ ତାଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟୁଛି। ବିଜେଡି କର୍ମୀମାନେ ବାଣ ଫୁଟାଇ ଆନନ୍ଦରେ ବିଜୟ ଉତ୍ସବ ପାଳନ କରୁଛନ୍ତି।