Categories: କନ୍ଧମାଳ

ଜି.ଉଦୟଗିରି ବିଧାୟକଙ୍କ ମନ୍ତବ୍ୟକୁ ଭାଜପାର ବିରୋଧ

ଫୁଲବାଣୀ ଅଫିସ, ୧୩ା୧୦-ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ସଭାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ କହୁଛନ୍ତି, ଯେଉଁମାନେ ତାଙ୍କୁ ଭୋଟ ଦେଇନାହାନ୍ତି ସେମାନଙ୍କ ପାଇଁ କାମ କରିବେନି। ଏହାକୁ ଭାଜପା ପକ୍ଷରୁ ବିରୋଧ କରାଯାଇଛି। ଭାଜପା ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଅର୍ଚ୍ଚନା ପ୍ରଧାନ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି, ବିଧାୟକ ଏବେ ଗର୍ବରେ ଫାଟି ପଡୁଛନ୍ତି। ଲୋକଙ୍କ ପ୍ରତି ସେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ଗଣତନ୍ତ୍ର ରାଷ୍ଟ୍ରରେ ଜଣେ ଜନପ୍ରତିନିଧିଙ୍କ ଏଭଳି ଆଚରଣ ଓ ଉଚ୍ଚାରଣ ଅତ୍ୟନ୍ତ ନିନ୍ଦନୀୟ ା ବିଧାୟକ ତାଙ୍କ ମନ୍ତବ୍ୟରେ ୧୧ ନଂ. ଜୋନର ବ୍ରାହ୍ମଣୀଗାଁ, ହାତୀମୁଣ୍ଡା, ସରାମୂଳି, କୁମ୍ଭାରିଗାଁ, ତାଜୁଙ୍ଗିଆ ଓ ଦାରିଙ୍ଗିବାଡି ପଞ୍ଚାୟତରେ ବିଜେଡି ଭୋଟ ହାର କମିଥିବା ଯୋଗୁ ତାଗିଦ କରିଛନ୍ତି। ଯାହାକି ଏହି ଜୋନର ଜନସାଧାରଣଙ୍କୁ ଭୟ ଦେଖାଇବା ସହ ସମାନ ା ଜଣେ ଜନ ପ୍ରତିନିଧି ସାମ୍ବିଧାନିକ ନୀତି ଓ ନିୟମକୁ ଆଧାର କରି ଶପଥ ପାଠ କଲା ପରେ ସର୍ବ ସମ୍ମୁଖରେ ଏଭଳି କହିବା ନିନ୍ଦନୀୟ ା ବିଧାୟକ ସର୍ବସମ୍ମୁଖରେ କ୍ଷମା ମାଗିବା ସହ ଭୋଟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ବିଧାନସଭା ମଣ୍ଡଳୀର ଉନ୍ନତି ଦିଗରେ ଦୃଷ୍ଟି ଦିଅନ୍ତୁ। ନଚେତ୍‌ ତାଙ୍କ ବିରୋଧରେ କନ୍ଧମାଳ ଜିଲାରେ ଆନ୍ଦୋଳନ ହେବ ବୋଲି ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଜଣାଇଛନ୍ତି।