ଜି.ଉଦୟଗିରି ବ୍ଲକରେ ୪୦୦ ଅସହାୟଙ୍କୁ ରନ୍ଧା ଖାଦ୍ୟ, ୧୬୫ ପ୍ରବାସୀ ଶ୍ରମିକଙ୍କୁ ସାମଗ୍ରୀ ଯୋଗାଉଛି ପ୍ରଶାସନ

ଜି.ଉଦୟଗିରି, ୧୬।୪ (ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏଥିଯୋଗୁ ଗରୀବ, ଅସହାୟ, ଓ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଜି .ଉଦୟଗିରି ବ୍ଲକର ୮ ଟି ପଞ୍ଚାୟତରେ ୪୦୦ ଅସହାୟ ଲୋକଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଯାଉଛି । ବ୍ଲକ ଅଞ୍ଚଳରେ ଫସି ରହିଥିବା ବାହାର ରାଜ୍ୟର ୧୬୫ ଜଣଙ୍କୁ ରାନ୍ଧି ଖାଇବା ପାଇଁ ଚାଉଳ, ଡାଲି, ତେଲ, ଓ ଆବଶ୍ୟକ ରୋଷେଇ ସାମଗ୍ରୀ ଯୋଗାଇ ଦିଆଯାଇଛି ବୋଲି ଜି ଉଦୟଗିରି ବିଡିଓ ଶାନ୍ତନୁ କୁମାର ନାୟକ କହିଛନ୍ତି। ନୋଡାଲ ଅଫିସର ପ୍ରଶାନ୍ତ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନ ଓ ଜ୍ୟୋତି ପ୍ରକାଶ ସାହୁ, ଜଗନ୍ନାଥ ରଥ, ଶ୍ୟାମଳ ବେହେରା ଏସବୁ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । କୋଭିଡ ମୁକାବିଲା ପାଇଁ ବ୍ଲକର ପ୍ରତ୍ୟକ ପଞ୍ଚାୟତରେ ୫୦ଟି ଲେଖାଏ ଶଯ୍ୟା ପକାଯାଇ ଅସ୍ଥାୟୀ କୋଭିଡ ୱାର୍ଡ କରାଯାଇଛି ବୋଲି ଦାୟିତ୍ୱରେ ଥିବା କର୍ମଚାରୀ ଜଗନ୍ନାଥ ରଥ ସୂଚନା ଦେଇ କହିଛନ୍ତି ।

Share