ଜି. ଉଦୟଗିରି ମହିଳା ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ: ପ୍ଲାଷ୍ଟିକ ବର୍ଜନ ଉପରେ କହିଲେ ଅଧ୍ୟାପିକା

ଜି. ଉଦୟଗିରି, ୨।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରିସ୍ଥିତ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟଠାରେ ବୁଧବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଶିବରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସର ନେଇଥିବା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ବଳରାମ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଗାନ୍ଧୀଙ୍କ ସତ୍ୟ, ଅହିଂସା ନୀତି ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ । ଅଧ୍ୟାପିକା ଡ. ବବିତା ରାଣୀ ପଟ୍ଟନାୟକ, ମିନତି ଦାଶ, ସୁଧାରାଣୀ ପାତ୍ର, ସସ୍ମିତା ଦାଶ ପ୍ରମୁଖ ଗାନ୍ଧିଜୀଙ୍କ ସମ୍ପର୍କରେ କହିବା ସହିତ ପ୍ଲାଷ୍ଟିକ ବର୍ଜନ, ଶୌଚାଳୟ ବ୍ୟବହାର, ସ୍ବଚ୍ଛ ଭାରତ ଅଭିଯାନ ସମ୍ପର୍କରେ କହିଥିଲେ। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି।

Share