Categories: ବାଣିଜ୍ୟ

ଜି-୨୦ ଅର୍ଥମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବେ ସୀତାରାମନ୍‌

ନୂଆଦିଲ୍ଲୀ,୬-୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜି-୨୦ ଦେଶର ଅର୍ଥମନ୍ତ୍ରୀ ତଥା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନରଙ୍କ ସମ୍ମିଳନୀରେ ଯୋଗ ଦେବେ। ଜାପାନରେ ଆସନ୍ତା ୮ରୁ ଦ୍ୱିଦିବସୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ଭାବେ ସୀତାରାମନ୍‌ଙ୍କ ଏହା ପ୍ରଥମ ବିଦେଶ ଗସ୍ତ ହେବ। ତାଙ୍କ ସହିତ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ମଧ୍ୟ ଜାପାନର ଫୁକୁଓକାରେ ହେବାକୁ ଥିବା ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ ବିଶ୍ୱ ଅର୍ଥବ୍ୟବସ୍ଥା ସମ୍ମୁଖରେ ଦେଖାଦେଇଥିବା ଆହ୍ବାନ ଓ ବିପଦ, ଢାଞ୍ଚାଗତ ନିର୍ମାଣରେ ନିବେଶ ତଥା ଅନ୍ତରାଷ୍ଟ୍ରୀୟ ଟିକସ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋକପାତ କରାଯିବ। ଏହାଛଡ଼ା ବିଶ୍ୱ ସଂରକ୍ଷଣବାଦ୍‌ ତଥା ବିଶ୍ୱ ବାଣିଜ୍ୟରେ ଏହାର ପ୍ରଭାବ ନେଇ ମଧ୍ୟ ଆଲୋଚନା କରାଯିବ।

Share