Categories: ଜାତୀୟ

ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି

ନୂଆଦିଲ୍ଲୀ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଓସାକାରେ ଅନୁଷ୍ଠିତ ହେବାକୁ ଥିବା ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ସୂଚନା ଦେଇଛି। ଜୁନ୍‌ ୨୭ରୁ ୨୯ ମଧ୍ୟରେ ଏହା ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଭାରତର ଶେର୍ପା ରହିବେ ବୋଲି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର।

Share