ଜି-୨୦ ସମ୍ମିଳନୀ ପାଇଁ ବଜେଟରେ ଶହେ କୋଟିର ପ୍ରସ୍ତାବ

ନୂଆଦିଲ୍ଲୀ,୧।୨: କିଛିଦିନ ହେବ ଦେଶ ମହଙ୍ଗା ମାଡରେ ଭାଙ୍ଗି ପଡିଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ଚଳିତ ବର୍ଷର ବଜେଟ ଉପରେ। କୃଷକ, ମଧ୍ୟବିତ୍ତ, ଟ୍ୟାକ୍ସ ପେୟର ସମସ୍ତଙ୍କ ନଜର ଶନିବାର ଉପସ୍ଥାପିତ ହେଉଥିବା ବଜେଟ ଉପରେ। ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକସଭାରେ ଚଳିତ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏହା ଉପରେ କେବଳ ଦେଶବାସୀ ନୁହେଁ ବରଂ ସାରା ବିଶ୍ୱର ନଜର ରହିଛି। ଏହି ବଜେଟରେ ଉତ୍ତର ପୂର୍ବ ଭାରତର ବିକାଶକୁ ବେଶି ଗୁରୁତ୍ୱ ଦିଆଯାଇଛି। ସେହିପରି ଭାରତ ୨୦୨୨ରେ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବାକୁ ଯାଉଥିବା ବେଳେ ଏଥିପାଇଁ ଏଥର ବଜେଟରେ ଶହେ କୋଟିର ପ୍ରସ୍ତାବ ରଖାଯାଇଛି। ସେହିପରି ଏଥର ଯୁବବର୍ଗଙ୍କ ପାଇଁ ନ୍ୟାଶନାଲ ରିକ୍ର୍ୟୁଟମେଣ୍ଟ ଏଜେନ୍ସି ପ୍ରତିଷ୍ଠା କରାଯିବ। ଏହା କମ୍ପୁଟର ବେସଡ ହେବା ସହ ଅନ୍‌ ଲାଇନ ପରୀକ୍ଷା ମାଧ୍ୟମରେ ଚାକିରି ମିଳିପାରିବ।

Share