ଜି-୭ ସମ୍ମିଳନୀ ସ୍ଥଗିତ: ପ୍ରଥମେ ଭାରତକୁ ନିମନ୍ତ୍ରଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୩୧।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ସୂଚନା ଦେଇଛନ୍ତି କି ଜି-୭ ସମ୍ମିଳନୀ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ତେବେ ଏହା ପୂର୍ବରୁ ସେ ଭାରତ, ଅଷ୍ଟ୍ରେଲିଆ, ରୁଷିଆ ଓ ଦକ୍ଷିଣ କୋରିଆକୁ ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୪୬ତମ ଜି-୭ ସମ୍ମିଳନୀ ବିଡିଓ କନଫରେନ୍ସିଂ ଜରିଆରେ ଜୁନ ୧୦ରୁ ଜୁନ ୧୨ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା। ଶନିବାର ଟ୍ରମ୍ପ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଜି-୭ ସମ୍ମିଳନୀକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଇତିମଧ୍ୟରେ ସେ ଅନ୍ୟ ଦେଶକୁ ନିମନ୍ତ୍ରଣ କରିପାରିବେ ବୋଲି କହିଛନ୍ତି।

Share