ଜୀବନକାଳ ମଧ୍ୟରେ ୨ କିଲୋ ଲିପ୍‌ଷ୍ଟିକ ଲଗାନ୍ତି ମହିଳା

ନାରୀ ସର୍ବଦା ରହସ୍ୟମୟୀ। ଆଉ ନାରୀର ଏହି ରହସ୍ୟ ବିଷୟରେ ଅନେକଙ୍କୁ ହୁଏତ କିଛି କଥା ଜଣା ନ ଥିବ। ଅନେକ ଗୁଣରେ ନାରୀ ପୁରୁଷଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। କିଛି ଗବେଷଣା ଭିତ୍ତିକ ତଥ୍ୟ ମହିଳାମାନଙ୍କ ଉପରେ ଏମିତି କିଛି କଥା କହିଥାଏ।
– ଜଣେ ମହିଳା ଜୀବନକାଳ ମଧ୍ୟରେ ପ୍ରାୟ ୨ କିଲୋ ୭ଶହ ଗ୍ରାମ୍‌ ଲିପଷ୍ଟିକ୍‌ ଲଗାଇଥାଆନ୍ତି ବୋଲି କୁହାଯାଏ।
-ପ୍ରତିବର୍ଷ ପ୍ରାୟ ୧କୋଟି ୪୦ ଲକ୍ଷ କିଶୋରୀ ଗର୍ଭବତୀ ହୋଇଥାଆନ୍ତି ବୋଲି କୁହାଯାଏ। ଯାହାର ୯୦ ପ୍ରତିଶତ ଆମେରିକା ଭଳି ବିକାଶଶୀଳ ଦେଶରେ ଦେଖାଯାଏ।
-ଜଣେ ମହିଳା ବର୍ଷକୁ ଅତିକମ୍‌ରେ ୩୦ରୁ ୬୪ ଥର କାନ୍ଦିଥାଆନ୍ତି। ହେଲେ ଜଣେ ପୁରୁଷ ବର୍ଷକୁ ୬ରୁ ୧୭ ଥର କାନ୍ଦି ଥାଆନ୍ତି।
-ଶହେ ବର୍ଷ ଅତିକ୍ରମ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୪ରୁ ୫ ଜଣ ମହିଳା ଥାଆନ୍ତି।
-ପୁରୁଷଙ୍କ ଭଳି ମହିଳାମାନେ ଖରାପ କଥା ହେବାକୁ ମଧ୍ୟ ପସନ୍ଦ କରିଥାଆନ୍ତି।
-ମହିଳାଙ୍କ ଆଘ୍ରାଣ ଶକ୍ତି ପୁରୁଷମାନଙ୍କ ଅପେକ୍ଷା ଅଧିକ। ଯାହା ସେମାନଙ୍କର ଜନ୍ମରୁ ରହିଥାଏ।
-ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ଆଖିପତା ଦୁଇଗୁଣା ଅଧିକ ପଡିଥାଏ।

Share