Advertisement

ଜୀବନକୁ ବାଜି ଲଗାଇ ଜହର ଖାଇଥିବା ସାପକୁ ବଞ୍ଚାଇଲେ ଆଇଟି ଅଧିକାରୀ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଇନ୍ଦୋର,୨।୬: ମଣିଷ ଏବଂ ପ୍ରାଣୀଙ୍କ ମଧ୍ୟରେ ସମ୍ପର୍କ ନିଆରା। ପରିବେଶ ସନ୍ତୁଳନରେ ପ୍ରାଣୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜୀବେଦୟାକୁ ଭାରତୀୟ ସମାଜ ଅତିପୁରାତନ କାଳରୁ ଗୁରୁତ୍ୱ ଦେଇଥାଏ। ମଧ୍ୟପ୍ରଦେଶର ଜଣେ ଆଇଟି ଅଧିକାରୀ ନିଜ ଜୀବନକୁ ବାଜି ଲଗାଇ ଜହର ଖାଇଥିବା ଏକ ସାପର ଜୀବନ ବଞ୍ଚାଇଛନ୍ତି। ଇନ୍ଦୋର ଆଇଟି ଅଧିକାରୀ ଶେରସିଂ ଗିନ୍ନାରେ କୀଟନାଶକ ଜହର ଖାଇଥିବା ଏକ ସାପର ଜୀବନ ବଞ୍ଚାଇବା ଲାଗି ନିଜ ପାଟିରେ ପାଣି ଭର୍ତ୍ତି କରି ଏହାକୁ ଆଣି ପ୍ଲାଷ୍ଟିକ୍‌ ଷ୍ଟ୍ର ଦ୍ୱାରା ସାପ ପାଟିରେ ଛାଡିଥିଲେ। ଏଭଳି ଭାବେ ସାପର ବାନ୍ତି କରାଇ ଶେରସିଂ ଏହାର ଜୀବନ ବଞ୍ଚାଇଛନ୍ତି। ଏବେ ଶେରସିଂଙ୍କ ଏଭଳି ମାନବୀୟ କାର୍ଯ୍ୟ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share