ଜୀବନବିନ୍ଦୁରେ ୪୦ ୟୁନିଟ୍‌ ରକ୍ତ ସଂଗ୍ରହ

ଖଇରା, ୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡୁଙ୍ଗୁରାସ୍ଥିତ ଦର୍ଶନ ପ୍ରସାଦ ହାଇସ୍କୁଲ ପରିସରରେ ଶୁକ୍ରବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହାକୁ ଉଦ୍‌ଘାଟନ କରିଥିଲେ। ଡୁଙ୍ଗୁରା, ନହଙ୍ଗ, ଝିଙ୍କିରିଆ, ମାଣିତ୍ରୀ, ଗୋଳିହା ପଞ୍ଚାୟତରୁ ମୋଟ ୪୦ଜଣ ରକ୍ତଦାନ କରିଥିଲେ। ଡୁଙ୍ଗୁରା ପଞ୍ଚାୟତ ସମିତିସଭ୍ୟ ପ୍ରକାଶ ଲେଙ୍କା, ଜୀବନବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ପ୍ରହଲ୍ଲାଦ ପତି ଏଥିରେ ସହଯୋଗ କରିଥିଲେ।