ଜୀବନବିନ୍ଦୁରେ ୪୨ ୟୁନିଟ୍‌ ରକ୍ତ ସଂଗ୍ରହ

କେନ୍ଦୁଝର, ୩ା୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ନିର୍ବାଚନ ମଣ୍ଡଳୀର ପଳାଶପଙ୍ଗା ୪ନଂ. ଜିଲାପରିଷଦ ଜୋନରେ ରବିବାର ପର୍ଜନପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରରେ ମୋଟ ୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଯୁବନେତା ଦିବ୍ୟଲୋଚନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଜେଡି ଜିଲା ସଭାପତି ମାଧବ ସର୍ଦ୍ଦାର ଉଦ୍‌ଘାଟନ କରିଥିଲେ। ସାମାଜିକ ଦୂରତା ବଜାୟ ରଖି କିପରି ରକ୍ତ ସଂଗ୍ରହ କରାଯାଇପାରିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରକ୍ତ ଅଭାବ ବେଳେ ଏହା ଲୋକଙ୍କ କାମରେ ଲାଗିପାରିବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି ା

Share