ଜୀବନବିନ୍ଦୁରେ ୭୦ୟୁନିଟ୍‌ ରକ୍ତ ସଂଗ୍ରହ

ଖଇରା,୨୧।୪(ଡି.ଏନ.ଏ.)-ବିଜେଡି ପକ୍ଷରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରୁଗାଁ ହାଇସ୍କୁଲ ପରିସରରେ ସୋମବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହାକୁ ଉଦ୍‌ଘାଟନ କରିଥିଲେ। ରକ୍ତ ଭଣ୍ଡାରରେ ରକ୍ତ ଅଭାବ ପୂରଣ ଲାଗି ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଡା ବିମଳା ମିଶ୍ର, ରବିନାରାୟଣ ଖୁଣ୍ଟିଆ, ରତିକାନ୍ତ ବଳଙ୍କ ତତ୍ତ୍ୱାବଧାନରେ ମୋଟ ୭୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ା ଏହି ଅବସରରେ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଯୁବନେତା ଗୌତମ ରାଉତ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ପ୍ରହଲ୍ଲାଦ ପତି, ସରପଞ୍ଚ ସୁଭଦ୍ରା ସେଠୀ, ପୂର୍ବତନ ସରପଞ୍ଚ ଅନାଦି ଧର, ନରେନ୍ଦ୍ର ନାଥ ଧର, କମଳାକାନ୍ତ ନାୟକ, ରମାକାନ୍ତ ମହାନ୍ତି, ଲକ୍ଷ୍ମୀକାନ୍ତ ଦାଶ, ଭାଗିରଥି ଲେଙ୍କା, ବିଶ୍ୱନାଥ ଦାଶ, ବିଶ୍ୱନାଥ ଗାହାଣ ଓ ଟୁକୁନା ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Share