ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୩୦ ୟୁନିଟ ରକ୍ତ ସଂଗୃହୀତ

ଭଣ୍ଡାରିପୋଖରୀ, ୧।୫(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଶୁକ୍ରବାର ବ୍ଲକ ବିଜେଡି ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁ ଯୋଗୁ ସବୁଆଡେ ଲକଡାଉନ ଚାଲିଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଭରଣା କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସ୍ଥାନୀୟ ଜିଲା ପରିଷଦ ସଦସ୍ୟ ଦୀପ୍ତିସୂର୍ଯ୍ୟ ବିଶ୍ୱାଳ ସୂଚନା ଦେଇଛନ୍ତି। ରକ୍ତ ଦାନ ଶିବିରରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଏହି ରକ୍ତଦାନ ଶିବିର ରେ ବିଜେଡି ରାଜ୍ୟ ମହିଳା ସମ୍ପାଦିକା ସୁଜାତା ଜେନା, ସରପଞ୍ଚ ସଦାଶିବ ଦାସ, ବନ୍ଦାଲୋ ସମିତିସଭ୍ୟ ପ୍ରଦୀପ ଜେନା, ଥାନାଧିକାରୀ ସନାତନ ସାହୁ, ଦେବେନ୍ଦ୍ର ଦାଶ, ଜଗନାଥ ଜେନା, ବ୍ଲକ ବିଜୁଛାତ୍ର ଜନତା ସଭାପତି ଦେବ୍ରତ ଜେନା, ସ୍ବାସ୍ଥ୍ୟକେନ୍ଦ୍ର ଡା ଦେବାଶିଷ ପତି, ଫାର୍ମାସିଷ୍ଟ ପ୍ରଣତି ପହି, ପ୍ରଶାନ୍ତ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।