ଜୀବନରେ ଅନେକ ଦୁଃଖଦ ସମୟ ଦେଖିଛି, ସଲମାନ କେବେ ହାତ ଛାଡ଼ି ନାହାନ୍ତି: କଟ୍ରିନା

ମୁମ୍ବାଇ: ଏକଦା ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଭିତରୁ ଗୋଟିଏ ଥିଲେ ସଲମାନ-କଟ୍ରିନା। ହେଲେ କଟ୍ରିନାଙ୍କ ଜୀବନରେ ରଣବିରଙ୍କ ଏଣ୍ଟ୍ରି ପରେ ସବୁକିଛି ବଦଳିଯାଇଥିଲା। ଅଲଗା ହୋଇଥିଲେ ଦୁହେଁ। ଏବେ ସମୟ ବଦଳିବା ସହ ପ୍ରେମିକା ବଦଳାଇଛନ୍ତି ରଣବିର। ଆଲିଆ ତାଙ୍କ ଜୀବନରେ ଆସିଥିବା ବେଳେ କଟ୍ରିନା ଏବେ ବି ଜୀବନସାଥୀ ଅପେକ୍ଷାରେ। ତାଙ୍କ ଜୀବନର ଅନେକ କଠିନ ସମୟରେ ସାଙ୍ଗ ଭଳି ସମର୍ଥନ ଦେଇଛନ୍ତି ସଲମାନ। କଥାଟି ଆମେ କହୁନାହୁଁ। ସିଙ୍ଗାପୁର ହିନ୍ଦୁସ୍ତାନ ଟାଇମ୍ସ ମିଟ୍‌ ଏସିଆ ଲିଡରସିପ୍‌ ସମିଟ୍‌ରେ ଯୋଗଦେଇ ଏଭଳି କହିଛନ୍ତି କଟ୍ରିନା।

ଉତ୍ସବରେ ନିଜର ବ୍ୟକ୍ତିଗତ ଜୀବନ, କ୍ୟାରିଅର ସହ ସଲମାନଙ୍କ ସହ ସମ୍ପର୍କକୁ ନେଇ କଟ୍ରିନା ମତ ରଖିଥିଲେ। ଜୀବନରେ ଅନେକ ଦୁଃଖଦ ସମୟ ଦେଖିଛି। ଏସବୁରେ ସଲମାନ ସବୁବେଳେ ଜଣେ ବନ୍ଧୁ ଭାବେ ସାଙ୍ଗରେ ରହି ଆସିଛନ୍ତି। ବିଗତ ବର୍ଷଗୁଡ଼ିକରେ ସେ ସର୍ବଦା ସମର୍ଥନ ଦେଇଛନ୍ତି। ତାଙ୍କ ଉପରେ ମୁଁ ଭରସା କରିପାରେ। ଆଖି ବନ୍ଦ କରି ବିଶ୍ୱାସ କରେ। ଏପରିକି ସଲମାନଙ୍କ ଭଉଣୀ ଅଲବିରା ଏବଂ ଅର୍ପିତାଙ୍କ ସହ ସମ୍ପର୍କ ମଧ୍ୟ ନିଆରା ବୋଲି ସେ କହିଛନ୍ତି।

Share