Categories: ଖେଳ

ଜୀବନର ଅନ୍ତିମ ମୁହୂର୍ତ୍ତରେ ଧୋନୀଙ୍କ ବିଶ୍ୱକପ୍‌ ବିଜୟୀ ଛକା ଦେଖିବାକୁ ଚାହାନ୍ତି ପ୍ରସିଦ୍ଧ ଭାରତୀୟ ଖେଳାଳି

ଆଇସିସି ୨୦୧୧ ଦିନିକିଆ ବିଶ୍ୱକପ୍‌ ଭାରତୀୟ ପ୍ରଶଂସକଙ୍କ ମନରେ ସର୍ବଦା ଲିପି ବଦ୍ଧ ହୋଇ ରହିବ। ଓ୍ବାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ମହେନ୍ଦ୍ର ସିଂ ଧୋନୀଙ୍କ ସେହି ବିଶ୍ୱକପ୍‌ ବିଜୟୀ ଛକାକୁ କିଏ ବା ଭୁଲି ପାରିବ। ପୂର୍ବତନ ଭାରତୀୟ ଅଧିନାୟକ ତଥା ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ ସୁନିଲ ଗାଭାସ୍କର ଏକଦା କହିଥିଲେ, ଯଦି ମରିବା ପୂର୍ବରୁ ମୋ ନିକଟରେ ୧୦ ସେକେଣ୍ଡ ଥାଏ। ମୁଁ ୨୦୧୧ ବିଶ୍ୱକପ୍‌ ଫାଇନାଲରେ ଧୋନୀଙ୍କ ସେହି ଛକା ଦେଖିବାକୁ ଚାହିଁବି। ପୂର୍ବତନ ଅଧିନାୟକ ଧୋନୀ ଅନ୍ତର୍ଜାତୀୟ ଟେଷ୍ଟରୁ ଅବସର ନେବା ପରେ ଗାଭାସ୍କର ଏହି କଥା କହିଥିଲେ।

Share