Categories: ଫୁରସତ

ଜୀବନର ଆଶା- ସୁପର ଆର୍ଥ

ନୂଆଦିଲ୍ଲୀ: ନାସାର ବୈଜ୍ଞାନିକମାନେ ଏକ ଗ୍ରହ ଠାବ କରିଛନ୍ତି ଯେଉଁଠି ବସବାସ ସମ୍ଭବ ବୋଲି କହାଯାଇଛି। ଏହି ଗ୍ରହ ଆମ ସୌରମଣ୍ଡଳ ବାହାରେ ରହିଛି। ପୃଥିବୀଠାରୁ ୩୧ ଆଲୋକବର୍ଷ ଦୂରରେ ଥିବା ଏହି ‘ସୁପର ଆଥର୍’ ଗ୍ରହର ନାମ ଦିଆଯାଇଛି ଜିଜେ୩୫୭-ଡି । ନାସାର ଟାଞ୍ଜିଟିଂ ଏକ୍ସୋପ୍ଲେନେଟ ସର୍ଭେ ସାଟେଲାଇଟ (ଟିଇଏସ୍‌ଏସ୍‌)ଏହି ଗ୍ରହର ସନ୍ଧାନ କରିଛି । ଟିଇଏସଏସ ସହ କାର୍ଯ୍ୟରତ ବୈଜ୍ଞାନିକ ଲିସା କଲେଟନଗେର କହନ୍ତି, ପୃଥିତ୍ବୀଠାରୁ ଏହା ୨୨ ପ୍ରତିଶତ ବଡ। ସେହି ଗ୍ରହରେ ଜୀବନ ଥିବାର କିଛି ସଂକେତ ସେଠାକାର ପରିବେଶରୁ ଜଣାପଡୁଛି ଓ ଏହାକୁ ଟେଲିସ୍କୋପ ମାଧ୍ୟମରେ ଚିହ୍ନଟ କରାଯାଇପାରିବ ବୋଲି କହନ୍ତି ଲିସା। ଏହି ଅଧ୍ୟୟନ ସମ୍ପର୍କିତ ତଥ୍ୟ ଆଷ୍ଟ୍ରୋଫିଜିକାଲ ଜର୍ନାଲରେ ପ୍ରକାଶ ପାଇଛି। ପୃଥିବୀ ଭଳି ସେଠାରେ ପାଣି ରହିଥିବା ଆଶଙ୍କା କରାଯାଉଛି।

Share