Categories: ଫୁରସତ

ଜୀବନସାଥୀ ଖୋଜିବା ପାଇଁ ଦେବାକୁ ପଡ଼େ ୫୫ ହଜାର ଟଙ୍କା

ଡିଏନ୍‌ଏ ଟେଷ୍ଟ ପରେ ମିଳୁଛନ୍ତି ଜୀବନସାଥୀ। ତାହା ପୁଣି ହଜାର ହଜାର ଟଙ୍କା ଖର୍ଚ୍ଚ କରି। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା। ଆଶ୍ଚର୍ଯ୍ୟ ହେଲେ ବି ସତ। ଜାପାନର ‘ନୋଜେ’ ନାମକ ଏକ କମ୍ପାନୀ ଜୀବନସାଥୀ ଖୋଜିବା ପାଇଁ ୫୫ ହଜାର ଟଙ୍କା ଫିସ୍‌ ନେଉଛି। ଏଠାରେ ବୃତ୍ତି, ଦରମା ଏବଂ ଚେହେରା ଆଧାରରେ ମ୍ୟାଚିଂ ପାଇଁ ଡିଏନ୍‌ଏ ଟେଷ୍ଟ କରାଯାଇ ଜୀବନସାଥୀ ବଛାଯାଉଛି।
ଡିଏନ୍‌ଏ ମ୍ୟାଚିଂ ପାଇଁ ଦେବାକୁ ପଡ଼େ ୩୪ ହଜାର ଟଙ୍କା : ଏହି ସେବା ପାଇବାକୁ ହେଲେ ପ୍ରଥମେ ଏଣ୍ଟ୍ରି ଫି’ ୨୧ ହଜାର ଏବଂ ଡିଏନ୍‌ଏ ମ୍ୟାଚିଂ ପାଇଁ ୩୪ ହଜାର ଟଙ୍କା ମୋଟ ୫୫ ହଜାର ଟଙ୍କା ଦେବାକୁ ପଡ଼ିଥାଏ ଯୁବବର୍ଗଙ୍କୁ। ପ୍ରଥମେ ଡିଏନ୍‌ଏ ଲ୍ୟାବ୍‌କୁ ଟେଷ୍ଟ ପାଇଁ ପଠାଯାଇଥାଏ। ଟେଷ୍ଟରେ ଏଚ୍‌ଏଲଏ ଜିନ୍‌ କମ୍ପ୍ଲେକ୍ସକୁ ଦେଖାଯାଇଥାଏ। ଯଦି ଟେଷ୍ଟରେ ଯୋଡ଼ିଙ୍କ ସମାନତା ଥାଏ ତେବେ ସେମାନଙ୍କୁ ଶତ ପ୍ରତିଶତ ଜୀବନସାଥୀ ହେବାକୁ କୁହାଯାଇଥାଏ। ଜାପାନର ଯୁବପିଢ଼ି ଏହି ସେବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ପ୍ରତି ମାସରେ ୨୦୦ ଯୁବକ ଯୁବତୀ ଏହି ସେବା ନେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ପ୍ରାୟ ୨୫ ବର୍ଷ ପୂର୍ବରୁ ଏହି କମ୍ପାନୀ ଜୀବନସାଥୀ ବାଛି ଦେବାରେ ସହାୟକ ହେଉଛି। ଜାପାନର ଟୋକିଓ ନିକଟରେ ଥିବା ଗିଞ୍ଜାରେ ପ୍ରଥମେ ଏକ ମ୍ୟାଚ୍‌ ମେକିଂ ପାର୍ଟି ରଖାଯାଇଥିଲା। ଏଥିରେ ୨୬ ଜଣଙ୍କୁ ଜୀବନସାଥୀ ମିଳିଥିଲେ। ଏହା ପରଠାରୁ ଯୁବପିଢ଼ି ଏହି ସେବା ପାଇ ଆସୁଛନ୍ତି।

Share