ଜୀବନ ପଛ କିଣାବିକା ଆଗ: ରାୟଗଡ଼ାରେ ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ, ଡ୍ରେସ୍‌ ଦୋକାନରେ ଜମୁଛି ଭିଡ

ରାୟଗଡା ଅଫିସ, ୧୮।୪- କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ଆଗାମୀ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣାକୁ ବଢ଼ାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାୟଗଡା ଜିଲାପାଳ ପ୍ରମୋଦ କୁମାର ବେହେରା ମଧ୍ୟ ଏହି ରୋଗର କୌଣସି ପ୍ରତିକାର ନ ଥିବାରୁ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଏପରିକି ଜିଲାରେ କେବଳ ଅତ୍ୟାଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ଟା ରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ବିଜ୍ଞପ୍ତି ଜାରି କରିଥିଲେ। ହେଲେ କିଛି ଲୋକ ଏହାର ଅବମାନନା କରୁଛନ୍ତି। ଶନିବାର ବିଭିନ୍ନ ସ୍ଥାନରେ ଡ୍ରେସ ଦୋକାନ, ବେଲ୍ଟ ଦୋକାନ ଆଦି ଖୋଲିଥିବା ଦେଖାଯାଇଛି। ଏପରିକି ବଜାରରେ ଦୂରତା ବଜାୟ ନ ରଖି ଭିଡ଼ ଜମାଇ ଲୋକମାନେ କିଣାବିକା କରୁଛନ୍ତି। ଏ ନେଇ ରାୟଗଡା ତହସିଲଦାର ଉମାଶଙ୍କରଙ୍କୁ ପଚାରିବାରୁ ସେ କହିଛନ୍ତି, ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତିତ ଅନ୍ୟ ଦୋକାନ ଖୋଲିବାକୁ ବର୍ତ୍ତମାନ ଅନୁମତି ମିଳିନାହିଁ। ତୁରନ୍ତ ଏସବୁ ବନ୍ଦ କରାଯିବ ବୋଲି ସେ କହିଛନ୍ତି l

Share