ଜୀବନ ବିନ୍ଦୁ କାର୍ଯ୍ୟକ୍ରମ: ୩୦ୟୁନିଟ ରକ୍ତ ସଂଗ୍ରହ

ଟିଟିଲାଗଡ଼, ୨୧।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ରେଡକ୍ରସ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଛି। ରକ୍ତ ଅଭାବ ଦୂର ଲାଗି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ଆହ୍ବାନ କ୍ରମେ ବିଜୁ ଯୁବ ବାହିନୀ ତଥା ବିଜେଡି କର୍ମୀ ଆଗକୁ ଆସିଛନ୍ତି। ମଙ୍ଗଳବାର ରକ୍ତ ଭଣ୍ଡାର ପରିସରରେ ମନ୍ତ୍ରୀ ସାହୁଙ୍କ ଉପସ୍ଥିତିରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡା. ସୁଜାତାରାଣୀ ମିଶ୍ର, ଡା. ବଳରାମ ସାହୁ, ପୌର ନିର୍ବାହୀ ଅଧିକାରୀ ନରେନ୍ଦ୍ର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ପୂର୍ବତନ ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ଉମାଦେବୀ ଅଗ୍ରୱାଲ, ବ୍ଲକ ବିଜୁ ଯୁବ ସଭାପତି ସଞ୍ଜୟ ବେହେରା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Share