ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଥିବା ପାକିସ୍ତାନ ଲଞ୍ଚ୍ପ୍ୟାଡ୍କୁ ୨୫୦ ଆତଙ୍କବାଦୀ ଫେରିଛନ୍ତି। ଏହା ଉପଗ୍ରହରୁ ମିଳିଥିବା ଚିତ୍ରରୁ ଜଣାପଡ଼ିଥିବା କୁହାଯାଉଛି। ଜମ୍ମୁ-କଶ୍ମୀରରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବାରୁ ଆତଙ୍କବାଦୀଙ୍କମାନେ ଜୀବନ ଭୟରେ ପାକିସ୍ତାନ ଅଧିକୃତ କଶ୍ମୀରଠାରେ ଥିବା ଲଞ୍ଚ୍ପ୍ୟାଡ୍କୁ ଫେରିଯାଇଛନ୍ତି। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ଲାଗି ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଥିଲା। ମାତ୍ର କେନ୍ଦ୍ର ସରକାରଙ୍କ ଅତିରିକ୍ତ ସୁରକ୍ଷାକର୍ମୀ ନିଷ୍ପତ୍ତି ଯୋଗୁ ଆତଙ୍କବାଦୀମାନଙ୍କ ଯୋଜନା ପଣ୍ଡ ହୋଇଥିବା କୁହାଯାଉଛି।