ଜୀବନ ଯୁଦ୍ଧରେ ହାରିଗଲେ କରୋନା ସହ ଲଢୁଥିବା ୪୫ ଡାକ୍ତର

ରୋମ,୨୮।୩: କରୋନା ମହାମାରୀ ଏବେ ଇଟାଲୀରେ କାୟା ବିସ୍ତାର କରିଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି। ଇଟାଲୀରେ ଏବେ ମୃତକଙ୍କ ସଂଖ୍ୟା ୯ ହଜାର ଅତିକ୍ରମ କରିଥିବା ବେଳେ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ସବୁଠାରୁ ବଡକଥା ହେଲା ଇଟାଲୀରେ ବ୍ୟାପିଥିବା ଏହି କରୋନା ଭାଇରସରେ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏଥିରୁ ବାଦ୍‌ ଯାଇ ନାହାନ୍ତି। ମିଳିଥିବା ଖବର ଅନୁଯାୟୀ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ପ୍ରାୟ ୪୫ ଜଣ ଡାକ୍ତରଙ୍କର ମଧ୍ୟ କରୋନା ସଂକ୍ରମଣରେ ମୃତ୍ୟୁ ହେଲାଣି। ଶୁକ୍ରବାର ଇଟାଲୀଆନ୍‌ ଆସୋସିଏଶନ ଅଫ୍‌ ଡକ୍ଟରର୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ଦେଖି ଇଟାଲିଆନ୍‌ ଆସୋସିଏଶନ ଅଫ୍‌ ଡକ୍ଟରର୍ସର ଅଧ୍ୟକ୍ଷ ଫିଲିପୋ ଆନେଲି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଅଧିକ ଉପକରଣ ମାଗିଛନ୍ତି।

Share