ଜୀବନ ସାଥୀ ହେଲେ ଅମ୍ଲାନ୍‌-ଭୂମିକା

ଭୁବନେଶ୍ୱର,୮ା୨(ବ୍ୟୁରୋ): ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ୍‌ର ଭେଟେରାନ୍‌ ଆକ୍ଟର ମିହିର ଦାସଙ୍କ ପୁଅ ତଥା ଅଭିନେତା ଅମ୍ଲାନ୍‌। ପରିବାରବର୍ଗ ତଥା ଘନିଷ୍ଠ ସମ୍ପର୍କୀୟଙ୍କ ଗହଣରେ ଆର୍ଯ୍ୟ ସମାଜ ଅନୁଯାୟୀ ସାତ ଜନ୍ମ ପାଇଁ ଭୂମିକାଙ୍କ ହାତ ଧରିଛନ୍ତି ଓଲିଉଡ୍‌ ହ୍ୟାଣ୍ଡସମ୍‌ ହିରୋ ଅମ୍ଲାନ୍‌। ଶୁକ୍ରବାର କଟକରେ ଉଭୟଙ୍କ ବିବାହ ଉତ୍ସବ ଆୟୋଜନ ହୋଇଥିବାବେଳେ ଚଳଚ୍ଚିତ୍ର ଜଗତର ଅନେକ ଜଣାଶୁଣା ବ୍ୟକ୍ତି ଉପସ୍ଥିତ ରହି ନବଦମ୍ପତିଙ୍କୁ ଶୁଭକାମନା ଜଣାଇଥିଲେ। ଗତବର୍ଷ ଭୂମିକା-ଅମ୍ଲାନ୍‌ଙ୍କ ନିର୍ବନ୍ଧ ସରିଥିଲା। ସପନର ପଥେ ପଥେ, ଗୋଲାପି ଗୋଲାପି, ବଜରଙ୍ଗି ଓ ଟାଇଗର ଭଳି ଫିଲ୍ମରେ ଅମ୍ଲାନ୍‌ ଅଭିନୟ କରିସାରିଛନ୍ତି। କିନ୍ତୁ ଭୂମିକାଙ୍କର ଓଲିଉଡ୍‌ ସହ କୌଣସି ସମ୍ପର୍କ ନ ଥିବା ଜଣାପଡ଼ିଛି।

Share