ଜୁଆଆଡ୍ଡାରେ ଚଢ଼ାଉ: ଟଙ୍କା, ମୋବାଇଲ ଜବତ; ୫ ଗିରଫ

ପୁରୁଷୋତ୍ତମପୁର,୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମରେ ଚାଲିଥିବା ଜୁଆଆଡ୍ଡା ଉପରେ ରବିବାର ରାତିରେ ପୋଲିସ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୫ ଜଣଙ୍କୁ ଗିରଫ କରାଯିବା ସହ ୩ଟି ମୋବାଇଲ, ୧୪ ହଜାର ୬୦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଶିଖରପୁର ଗ୍ରାମର ସନ୍ତୋଷ ନାୟକ, ରାମକୃଷ୍ଣ ପଣ୍ଡା, କାଙ୍ଗାଳୀ ସେଠୀ, ନିଲୁ ପ୍ରଧାନ ଓ ଗଙ୍ଗାଧର ପୃଷ୍ଟି । ଏନେଇ ଥାନାରେ କେସ୍‌ ନଂ. ୨୯୭/୧୯ରେ ମାମଲା ରୁଜୁ ହୋଇଥିବା ବେଳେ ସୋମବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି ।