ଜୁଆଆଡ୍ଡାରେ ଚଢ଼ାଉ, ୧୧ ଗିରଫ

ବଲାଙ୍ଗୀର ଅଫିସ, ୨୯ା୪: କରୋନା ଲକ୍‌ଡାଉନ୍‌ ସମୟରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାହାରପାଲି ଜଙ୍ଗଲରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୮୫୯୦ ଟଙ୍କା, ୮ଟି ବାଇକ, ୧୦ଟି ମୋବାଇଲ ଫୋନ୍‌ ଏବଂ ଜୁଆ ସାମଗ୍ରୀ ଜବତ କରିଛି। ଏ ନେଇ ସଦର ଥାନାରେ ଏକ ମାମଲା (୧୪୧/୨୦) ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଗଲପୁରର କୃଷ୍ଣ ମେହେର, ଯୋଗୀନ୍ଦ୍ର ମେହେର, ଲୁଚକିବାହାଲର ତ୍ରିନାଥ ସାହୁ, ଝାରମୁଣ୍ଡାର ସୁଶୀଳ କୁମାର ବେହେରା, ମହାରପାଲିର ମହାନନ୍ଦ ପୁଟେଲ, ଝାରମୁଣ୍ଡାର ସୁରେନ୍ଦ୍ର କଣ୍ଡେ, ସରଗାଡର ଚନ୍ଦ୍ରମଣି ନାଗ, ଝାରମୁଣ୍ଡାର ମନୋଜ କୁମାର ଅଗ୍ରୱାଲ, ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲିର ବିପିନ ସାହୁ, ବରଗଡ ଜିଲା ଅଇଁଲାବହାଲର ସୁରେନ୍ଦ୍ର ବାଗ, ଜଗଲପାଟର ରହୁଫ୍‌ ମହମ୍ମଦ। ପୋଲିସ ଏସଆଇ ଝସକେତନ ଭୋଇଙ୍କ ନେତୃତ୍ୱରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା।

Share