ଜୁଆଆଡ୍ଡାରେ ପୋଲିସର ଚଢ଼ାଉ, ୫ ଗିରଫ

ଦିଗପହଣ୍ଡି, ୩୧ା୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୈଠଖଣ୍ଡି ପଞ୍ଚାୟତ ତଲାସିଂ ଗ୍ରାମ ଠାକୁରାଣୀ ମନ୍ଦିରରେ ଚାଲିଥିବା ଜୁଆଆଡ୍ଡା ଉପରେ ପୋଲିସ ଶୁକ୍ରବାର ରାତିରେ ଚଢ଼ାଉ କରି ୫ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫ ହଜାର ୨୫୦ ଟଙ୍କା ଏବଂ ଏକ ତାସ୍‌ ପ୍ୟାକେଟ ଜବତ କରାଯାଇଛି। ଏ ନେଇ ମାମଲା ନଂ. ୧୬୫/୧୯ରେ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି ବୋଲି ଆଇଆଇସି ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । କଲ୍ୟାଣପୁର, କାଣ୍ଡେସ୍ବର, ସିଦ୍ଧେଶ୍ୱର, ଭୀଷ୍ମଗିରି, ଚୁଡୁଙ୍ଗପୁର, ସିଦ୍ଧଖଣ୍ଡୀ, କରପଡ଼ା ପ୍ରଭୃତି ଗାଁରେ ରୀତିମତ ଜୁଆଆଡ୍ଡା ଚାଲିଛି। ପାର୍ବଣ ଋତୁ ଆରମ୍ଭ ପୂର୍ବରୁ ଗ୍ରାମାଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଯୋଜନାବଦ୍ଧ ଭାବେ ଜୁଆଆଡ୍ଡା ପରିଚାଳନା କରୁଛନ୍ତି। ଜୁଆଡିମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଧରପଗଡ଼ କରାଯିବ ବୋଲି ଆଇଆଇସି କହିଛନ୍ତି।