ଜୁଆଖେଳକୁ ନେଇ ଗୁଳି: ୪ ନିହତ

ନ୍ୟୁୟର୍କ, ୧୩ା୧୦ : ନ୍ୟୁୟର୍କର ବ୍ରୁକଲିନ୍‌ସ୍ଥିତ ୭୪ ଉଟିକା ଆଭେନ୍ୟୁଠାରେ ଶନିବାର ସକାଳେ ଗୁଳିକାଣ୍ଡ ଘଟିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏକ ଘରେ ୬ ପୁରୁଷ ଓ ଜଣେ ମହିଳାଙ୍କୁ ଗୁଳିମାଡ଼ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଥିଲେ ହେଁ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିନାହିଁ। ଉକ୍ତ ଘରେ ବେଆଇନ ଜୁଆ ଖେଳକୁ ନେଇ ଏଭଳି କାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ମୋଟ ୧୫ ରାଉଣ୍ଡ ଗୁଳି ଚାଳନା କରାଯାଇଥିବାବେଳେ ୨ ବନ୍ଧୁକଧାରୀ ଏଭଳି କାର୍ଯ୍ୟ କରିଥିବା ପୋଲିସ କହିଛି। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିବା ପ୍ରକାଶ।

Share