ଜୁଆଣି ପାଣିରେ ଅନେକ ଔଷଧିୟ ଗୁଣ ଭରିରହିଛି। ଏହା ଶରୀର ପାଇଁ ବେଶ୍ ଲାଭଦାୟକ। ସକାଳେ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବା ସହ ହଜମ ପ୍ରକ୍ରିୟା ସ୍ବାଭାବିକ ହୋଇଥାଏ। ପ୍ରାୟ ୫୦ ଗ୍ରାମ ଜୁଆଣିକୁ ଗୋଟିଏ ଗ୍ଲାସ ପାଣିରେ ରାତିରେ ଭିଜାଇ ସେଥିରେ ସକାଳୁ ୧ ଚାମଚ ମହୁ ମିଶାଇ ପିଅନ୍ତୁ। ଫଳରେ ଓଜନ ହ୍ରାସ ପାଇବ। ସେହିପରି ରାତିରେ ଗୋଟିଏ ଗ୍ଲାସ ପାଣିରେ ଚାମୁଚେ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ହୃଦରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ। ଖାଲି ସେତିକି ନୁହେଁ ମୁଣ୍ଡବିନ୍ଧା, ବଦହଜମୀ, ପେଟ ଓ ବାନ୍ତି ପରି ଅନେକ ସମସ୍ୟା ଦୂର ହେବାରେ ଜୁଆଣିପାଣି ଅବ୍ୟର୍ଥ ଭାବେ କାମ କରିଥାଏ। ନିୟମିତ ଏହାକୁ ପିଇଲେ ମେଦବହୁଳତାରୁ ମଧ୍ୟ ମୁକ୍ତି ମିଳିଥାଏ। ସେହିପରି ଡାଇବେଟିସ ରୋଗୀଙ୍କ ପାଇଁ ଏହା ମହୋଷଧି ଭାବେ କାମ କରିଥାଏ। ଜୁଆଣି ପାଣି ପିଇଲେ ଏସିଡିଟି ଓ କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ।