Categories: ଫୁରସତ

ଜୁଆର ଆସିଲେ ବନ୍ଦ ହୋଇଯାଏ ଏୟାରପୋର୍ଟ, ଜାଣନ୍ତୁ କେଉଁଠି

ବିଶ୍ୱରେ ଏମିତି ଏକ ଏୟାରପୋର୍ଟ ରହିଛି, ଯେଉଁଠି ରନ୍‌ଓ୍ବେ ନାହିଁ। ମହାସାଗର କୂଳରେ ଅବତରଣ କରିଥାଏ ବିମାନ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ଏୟାରପୋର୍ଟ ରହିଛି ସ୍କଟ୍‌ଲାଣ୍ଡର ‘ବାରା’ ଦ୍ୱୀପରେ। ଏହି ଏୟାରପୋର୍ଟର କିଛି ବିଶେଷତ୍ୱ ରହିଛି।

ଉତ୍ତର ଆଟଲାଣ୍ଟିକ୍‌ ମହାସାଗର କୂଳରେ ଅବସ୍ଥିତ ଏହା ଏମିତି ଏକ ଏୟାରପୋର୍ଟ, ଯାହାର ରନ୍‌ଓ୍ବେ ନାହିଁ। ମହାସାଗର କୂଳରେ ବିମାନ ଲ୍ୟାଣ୍ଡ୍‌ କରିଥାଏ। ଉଚ୍ଚ ଜୁଆର ଆସିଲେ ଲ୍ୟାଣ୍ଡିଂ ପାଇଁ ବାରଣ କରାଯାଇଥାଏ। ‘ବାରା’ ବିଶ୍ୱର ଏମିତି ଏକ ଏୟାର ପୋର୍ଟ ଯେଉଁଠି କେବଳ ସିଡ୍ୟୁଲ ପ୍ଲେନ୍‌ ଲ୍ୟାଣ୍ଡ୍‌ କରିଥାଏ।

ଏହା ଗ୍ଲାସଗୋ ଏୟାରପୋର୍ଟ ସହିତ ଯୋଡ଼ା ହୋଇଛିି। ଝଡ଼ତୋଫାନ ଆସିବାର ସୂଚନା ମିଳିଲେ ଏହି ଏୟାରପୋର୍ଟକୁ ବନ୍ଦ କରିଦିଆଯାଉଥିବା ବେଳେ ବିମାନ ଉଡ଼ାଣକୁ ମଧ୍ୟ ବନ୍ଦ କରିଦିଆଯାଏ। ବାରା ଏୟାରପୋର୍ଟରେ ଛୋଟ ବିମାନଗୁଡ଼ିକ ଅବତରଣ କରିଥାନ୍ତି।

ଏଠାରେ ଦୈନିକ ସ୍କର୍ଟିଶ ଏୟାରଲାଇନ୍‌ର ଦୁଇଟି ବିମାନ ପହଞ୍ଚିଥାଏ। ମହାସାଗର କୂଳରେ ଏକ ଛୋଟ ବିଲ୍‌ଡିଂ ତିଆରି କରାଯାଇଛି। ଏହାକୁ ଆପ୍‌ ଟର୍ମିନାଲ୍‌ କୁହାଯାଉଛି।

ଏୟାରକ୍ରାଫ୍ଟରୁ ବିଲ୍‌ଡିଂ ପର୍ଯ୍ୟନ୍ତ ଯିବା ପାଇଁ କୌଣସି ବ୍ରିଜ୍‌ ଆଜିପର୍ଯ୍ୟନ୍ତ ତିଆରି ହୋଇନାହିଁ କିମ୍ବା ଷ୍ଟ୍ରିପ୍‌ ମଧ୍ୟ ନିର୍ମାଣ କରାଯାଇନାହିଁ।

Share