ଜୁଆ ଆଡ୍ଡାରେ ଚଢ଼ାଉ, ୧୫ ଗିରଫ

ଦାରିଙ୍ଗବାଡ଼ି,୧୧।୧୦(ଡି.ଏନ୍‌.ଏ)- ଦାରିଙ୍ଗବାଡ଼ି ଥାନା ପୋଲିସ ବୁଧବାର ରାତିରେ ସିମନବାଡ଼ିର ଜହୋନପଲ୍ଲି ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୧୫,୨୦୦ ଟଙ୍କା ସହ ୪ଟି ମୋବାଇଲ ଫୋନ ଜବତ କରାଯାଇଛି। ନଂ.୧୦୨/୧୯ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ସିମନବାଡ଼ି ଅଞ୍ଚଳରେ ଦଶହରା ପାଇଁ ବୁଧବାର ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ ପରିତ୍ୟକ୍ତ ଘରେ ଜୁଆଖେଳ ଚାଲିଥିବା ଖବରପାଇ ଆଇଆଇସି କୌଶିକ ମାଝିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ସେହିପରି ବ୍ରାହ୍ମଣୀଗାଁ ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୧,୨୦୦ ଟଙ୍କା, ଗୋଟିଏ ବୋଲେରୋ, ଗୋଟିଏ କାର୍‌ ଓ ୩ଟି ବାଇକ ଜବତ ହୋଇଛି। ଜିଲା ବାହାରୁ ଆସି ଏମାନେ ବ୍ରାହ୍ମଣୀଗଁାରେ ଜୁଆ ଖେଳୁଥିବା ପୋଲିସ କହିଛି। ନଂ.୭୩/୧୯ରେ ଏକ ମାମଲା ରୁଜୁ କରାଯାଇଛି। ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଓଆଇସି ରଞ୍ଜିତ କୁମାର ମୁନି କହିଛନ୍ତି।

Share