ଜୁଆ ଆଡ୍ଡାରେ ଚଢାଉ, ୭ ଗିରଫ

ଦିଗପହଣ୍ଡି/ଚିକିଟି,୭ା୧୦(ଡି.ଏନ୍‌.ଏ.)- ଦିଗପହଣ୍ଡି ନିକଟ ନୂଆପଡ଼ା ଗ୍ରାମ ଖାଡିସାହି କୋଠ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ କେ. ନୂଆଗଁା ଥାନା ଏସ୍‌ଆଇ ଜ୍ଞାନ ରଞ୍ଜନ ସେଠି, ନୂଆପଡ଼ା ଫାଣ୍ଡି ଏଏସଆଇ କ୍ଷୀରୋଦ ଚନ୍ଦ୍ର ବେହେରା ସଦଳବଳ ଚଢ଼ାଉ କରି ୭ ଜୁଆଡିଙ୍କୁ ଗିରଫ କରିଛନ୍ତି। ସୋମବାର ସମସ୍ତ ୭ଜଣଙ୍କୁ ଦିଗପହଣ୍ଡି କୋର୍ଟକୁ ଚାଲାଣ କରାଯାଇଛି। ସୂଚନାକୁ ଭିତ୍ତି କରି ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ପୋଲିସ ଏହି ଜୁଆଆଡ୍ଡାରେ ଅତର୍କିତ ଚଢ଼ାଉ କରିଥିଲା। କେତେକ ଜୁଆଡି ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ୭ ଜଣଙ୍କୁ ପୋଲିସ କାବୁ କରିଥିଲା। ସେମାନଙ୍କ ନିକଟରୁ ୩ ହଜାର ଟଙ୍କା, ତାସ ମୁଠା, ଜରି ପାଲ ଜବତ କରାଯାଇ ନଂ.୧୯୩/୧୯ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିଲା।